राष्ट्रीय एकता दिवस–2026 पर गुजरात के एकता नगर में शामिल हुआ मलकानगिरी जिले का 52 सदस्यीय प्रतिनिधिमंडल
राष्ट्रीय एकता दिवस–2026 पर गुजरात के एकता नगर में शामिल हुआ मलकानगिरी जिले का 52 सदस्यीय प्रतिनिधिमंडल
ଜାତୀୟ ଏକତା ଦିବସ–୨୦୨୬ ଅବସରରେ ଗୁଜୁରାଟର ଏକତା ନଗରରେ ମାଲକାନଗିରି ଜିଲ୍ଲାର ୫୨ ଜଣିଆ ପ୍ରତିନିଧି ଦଳର ଯୋଗଦାନ
*ଜାତୀୟ ଏକତା ଦିବସ–୨୦୨୬ ଅବସରରେ ଗୁଜୁରାଟର ଏକତା ନଗରରେ ମାଲକାନଗିରି ଜିଲ୍ଲାର ୫୨ ଜଣିଆ ପ୍ରତିନିଧି ଦଳର ଯୋଗଦାନ*
*ଜାତୀୟ ଏକତା, ଦେଶପ୍ରେମ, ସାମାଜିକ ସଦ୍ଭାବ ଓ ନକ୍ସଲମୁକ୍ତ ଭାରତ ଗଠନର ବାର୍ତ୍ତା ନେଇ ଏକତା ନଗରରେ ମାଲକାନଗିରି ପ୍ରତିନିଧି ଦଳ*
*ମାଲକାନଗିରି / ଏକତା ନଗର, ଗୁଜୁରାଟ:*
ଭାରତର ଲୌହମାନବ, ଭାରତରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ତଥା ଜାତୀୟ ଏକତା ଦିବସ–୨୦୨୬ ପାଳନ ଅବସରରେ ଗୁଜୁରାଟର ଏକତା ନଗରସ୍ଥିତ ବିଶ୍ୱପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିସରରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୫୨ ଜଣିଆ ପ୍ରତିନିଧି ଦଳ ଯୋଗଦାନ କରିଥିଲେ।
ଏହି ପ୍ରତିନିଧି ଦଳରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଦୁଇଜଣ ପ୍ରତିନିଧି, ବିଭିନ୍ନ ଅଞ୍ଚଳର ସରପଞ୍ଚ, ସମାଜସେବୀ, ଅନ୍ୟାନ୍ୟ ପ୍ରତିନିଧି ଏବଂ NCCର ଯୁବକ ଯୁବତୀମାନେ ସାମିଲ ହୋଇଥିଲେ। ଏହି ଜାତୀୟସ୍ତରୀୟ ଆୟୋଜନରେ ଯୋଗଦେବା ମାଲକାନଗିରି ଜିଲ୍ଲା ପାଇଁ ଏକ ଗୌରବ ଓ ସ୍ମରଣୀୟ ଅନୁଭୂତି ହୋଇ ରହିଛି।
ଏହି ଗସ୍ତରେ ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଭାବେ ଶ୍ରୀ ହରପ୍ରସାଦ ମହାପାତ୍ର, Assistant Collector, Office of the Sub-Collector ଏବଂ ଶ୍ରୀ ସନ୍ତୋଷ ନାୟକ, Inspector (A), DIOC, Malkangiri ନେତୃତ୍ୱ ନେଇଥିଲେ। ଉଭୟ ଅଧିକାରୀ ଯାତ୍ରା ଆରମ୍ଭରୁ ଗୁଜୁରାଟରେ ପହଞ୍ଚିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଓ ସହଯୋଗ ପ୍ରଦାନ କରିଥିଲେ।
ଅକ୍ଟୋବର ୩୦ ଓ ୩୧ ତାରିଖରେ ଏକତା ନଗରଠାରେ ଆୟୋଜିତ ଜାତୀୟ ଏକତା ଦିବସ ସମ୍ପର୍କିତ ବିଭିନ୍ନ ଆୟୋଜନରେ ପ୍ରତିନିଧି ଦଳ ଯୋଗଦେବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଦର୍ଶନ କରିଥିଲେ। ଜାତୀୟ ଏକତା, ଦେଶର ଅଖଣ୍ଡତା, ସୁରକ୍ଷା ଓ ଭାଇଚାରାର ମହତ୍ତ୍ୱ ସମ୍ପର୍କରେ ଅନେକ ଅନୁଭୂତି ଓ ଶିକ୍ଷା ହାସଲ କରିଥିଲେ। ଏହା ସହିତ ଏକତା ନଗରର ବିଭିନ୍ନ ଦର୍ଶନୀୟ ସ୍ଥାନ, ପର୍ଯ୍ୟଟନସ୍ଥଳୀ ଓ ବିକାଶମୂଳକ ପରିକଳ୍ପନାଗୁଡ଼ିକୁ ପରିଦର୍ଶନ କରିବାର ସୁଯୋଗ ମଧ୍ୟ ପାଇଥିଲେ।
ଏହି ଅବସରରେ ଜାତୀୟ ଏକତା ଦିବସ ସମ୍ପର୍କିତ ଆୟୋଜନ ସହ ଜାତୀୟ ଏକତାର ବାର୍ତ୍ତା ବହନ କରୁଥିବା ସାଂସ୍କୃତିକ ଓ ନାଟ୍ୟ କାର୍ଯ୍ୟକ୍ରମ ମଧ୍ୟ ପ୍ରତିନିଧି ଦଳ ପାଇଁ ଏକ ନୂତନ ଅନୁଭୂତି ଥିଲା। ଏହି ଯାତ୍ରା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳର ସଂସ୍କୃତି, ଶୃଙ୍ଖଳା, ପ୍ରଶାସନିକ ବ୍ୟବସ୍ଥା ଓ ଜାତୀୟସ୍ତରୀୟ ଆୟୋଜନ ସମ୍ପର୍କରେ ଜାଣିବାର ସୁଯୋଗ ମିଳିଥିଲା।
*NCC ଯୁବକ ଯୁବତୀଙ୍କ ସେବା ଓ ସହଯୋଗ ପ୍ରଶଂସନୀୟ*
ଏହି ଗସ୍ତର ଅନ୍ୟତମ ଆକର୍ଷଣ ଥିଲେ ଆମ ସହ ଯାଇଥିବା NCCର ଯୁବକ ଯୁବତୀମାନେ। ସେମାନେ ଯାତ୍ରା ସମୟରେ ଏବଂ ଗୁଜୁରାଟରେ ଅବସ୍ଥାନ କାଳରେ ପ୍ରତିନିଧି ଦଳର ସମସ୍ତ ସଦସ୍ୟଙ୍କ ଖାଦ୍ୟପେୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପ୍ରତି ଯତ୍ନବାନ ହୋଇ ସହଯୋଗ କରିଥିଲେ। ସେମାନଙ୍କ ଶୃଙ୍ଖଳା, ସେବା ମନୋଭାବ ଓ ସହଯୋଗ ଯୋଗୁଁ ପ୍ରତିନିଧି ଦଳର କୌଣସି ସଦସ୍ୟଙ୍କୁ ଉଲ୍ଲେଖନୀୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା।
*ନକ୍ସଲମୁକ୍ତ ଭାରତ ଓ ଆଦିବାସୀ ଅଞ୍ଚଳର ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ*
ମାଲକାନଗିରି ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବାର ଏକ ବିଶେଷ ମହତ୍ତ୍ୱ ରହିଛି। ନକ୍ସଲମୁକ୍ତ ଭାରତ ଗଠନରେ ସୁରକ୍ଷା ବାହିନୀଙ୍କ ଅବଦାନ ସହିତ ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ରୋଜଗାର, ମୌଳିକ ସୁବିଧା ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ମାଧ୍ୟମରେ ସ୍ଥାୟୀ ଶାନ୍ତି ଓ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବାର ଆବଶ୍ୟକତା ମଧ୍ୟ ଏହି ଗସ୍ତ ଆମକୁ ଅନୁଭବ କରାଇଛି।
*ଦୀର୍ଘ ବର୍ଷର ସମାଜସେବା ଜୀବନରେ ଏକ ଅବିସ୍ମରଣୀୟ ଅନୁଭୂତି*
ଏହି ଗସ୍ତରେ ଯୋଗଦେଇଥିବା ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ଯୁବ ସଭାପତି ଶ୍ରୀ ରାମମୂର୍ତ୍ତି କ୍ରିସାନି ନିଜ ଅନୁଭୂତି ପ୍ରକାଶ କରି କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ସାମାଜିକ କାର୍ଯ୍ୟ, ଆଦିବାସୀ ସମାଜର ଏକତା, ଅଧିକାର ଓ ବିକାଶ ପାଇଁ କାର୍ଯ୍ୟ କରିଆସୁଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନଙ୍କ ମାଧ୍ୟମରେ ଏକ ସରକାରୀ ପ୍ରତିନିଧି ଦଳର ଅଂଶ ଭାବେ ଏପରି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ତାଙ୍କ ପାଇଁ ପ୍ରଥମ ଓ ଅତ୍ୟନ୍ତ ସ୍ମରଣୀୟ ଅନୁଭୂତି।
ଏହି ଯାତ୍ରା ମାଧ୍ୟମରେ ଦେଶର ଏକତା, ଶୃଙ୍ଖଳା, ପ୍ରଶାସନିକ କାର୍ଯ୍ୟପ୍ରଣାଳୀ, ଜାତୀୟ ଆୟୋଜନ ଓ ବିଭିନ୍ନ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଅନେକ କିଛି ଶିଖିବା ଓ ଜାଣିବାର ସୁଯୋଗ ମିଳିଛି ବୋଲି ସେ ପ୍ରକାଶ କରିଛନ୍ତି।
*ଜିଲ୍ଲା ପ୍ରଶାସନ ଓ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା*
ଏହି ସଫଳ ଓ ସ୍ମରଣୀୟ ଯାତ୍ରାର ସୁଯୋଗ ପ୍ରଦାନ କରିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନ, ନୋଡାଲ ଅଫିସର ଶ୍ରୀ ହରପ୍ରସାଦ ମହାପାତ୍ର ଓ ଶ୍ରୀ ସନ୍ତୋଷ ନାୟକ, NCCର ସମସ୍ତ ଯୁବକ ଯୁବତୀ, ସରପଞ୍ଚ, ସମାଜସେବୀ ଏବଂ ସମଗ୍ର ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଶ୍ରୀ କ୍ରିସାନି ନିଜ ତରଫରୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି ଯେ, ଏହି ଯାତ୍ରାରୁ ମିଳିଥିବା ଅନୁଭୂତି ଓ ଶିକ୍ଷା ଆଗାମୀ ଦିନରେ ସମାଜସେବା, ଯୁବଶକ୍ତିର ବିକାଶ ଓ ଆଦିବାସୀ ସମାଜର ଉନ୍ନତି ଦିଗରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ।
*ଏକତା ଆମର ଶକ୍ତି, ବିବିଧତା ଆମର ପରିଚୟ ଏବଂ ସମ୍ବିଧାନ ଆମର ମାର୍ଗଦର୍ଶକ।*
ଜାତୀୟ ଏକତା ଓ ଦେଶର ସାମଗ୍ରିକ ବିକାଶର ଏହି ବାର୍ତ୍ତା ନେଇ ମାଲକାନଗିରି ଜିଲ୍ଲାର ପ୍ରତିନିଧି ଦଳ ଏକ ନୂତନ ଅନୁଭୂତି ଓ ଅନେକ ସ୍ମୃତି ସହ ଫେରିଛନ୍ତି।
ଶ୍ରୀ ରାମମୂର୍ତ୍ତି କ୍ରିସାନି
ଯୁବ ସଭାପତି,
ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ, ଓଡ଼ିଶା।
नवीनतम न्यूज़ अपडेट्स के लिए Facebook, Instagram, Twitter पर हमें फॉलो करें और लेटेस्ट वीडियोज़ के लिए हमारे YouTube चैनल को भी सब्सक्राइब करें।

अब तक टीवी न्यूज़ चैनल
भानु प्रताप दीक्षित अबतक टीवी के ऑफिस में कार्यरत हैं। उन्हें पत्रकारिता में 6 वर्षों से अधिक का अनुभव है। वे सीनियर को-एडिटर के पद पर अपनी जिम्मेदारियाँ निभा रहे हैं।
राष्ट्रीय एकता दिवस–2026 पर गुजरात के एकता नगर में शामिल हुआ मलकानगिरी जिले का 52 सदस्यीय प्रतिनिधिमंडल
Leave a Comment: